ଆଜି ଅପରାହ୍ନର ଖବର-ଅକ୍ଟୋବର ମାସ ୨୨ ତାରିଖ ୨୦୨୩ ମସିହା(ରବିବାର )

 

  • VISWA SAMBAD KENDRA,ODISHA
  •    News paper clipping 
  • Phone / Fax :(0674) 2953383,
  • Email: visakeobbsr@gmail.com,
  • Web:www.vskodisha.com
  • ଅକ୍ଟୋବର ମାସ ୨୨ ତାରିଖ ୨୦୨୩ ମସିହା(ରବିବାର )


କଟକରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ବିଜୟୀ ଦଶମୀ ଉତ୍ସବ ପାଳିତ

କଟକ : ଶନିବାର ଦିନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗର ବିଜୟୀ ଦଶମୀ ଉତ୍ସଦ ମହା ସମାରୋହରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକସ୍ଥିତ, ମଧୂସୂଦନ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଡଃ ଦେବାଶିଷ ଜେଠୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପରିଦର୍ଶିତ ସମାଜରେ ସଂଘର ସ୍ୱୟଂ ସେବକ ମାନଙ୍କର ସେବା କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ମୁଖ୍ୟ ବକ୍ତା ଭାବେ ଓଡିଶାର ପୂର୍ବ ପ୍ରାନ୍ତ କାର୍ଯ୍ୟବାହ ଡଃ ଅନିଲ କୁମାର ମିଶ୍ର ଯୋଗାଦନ କରି ବର୍ତ୍ତମାନ ସମୟରେ ସମାଜର ଆହ୍ୱାନକୁ ମୁକାବିଲା କରି ଦେଶକୁ ସୁସମୃଦ୍ଧ କରି ଗଢିତୋଳିବା ପାଇଁ ସ୍ୱୟଂ ସେବକମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ଜିଲ୍ଲା ସଂଘ ଚାଳକ ଶ୍ରୀ ବିପିନ୍ ବିହାରୀ ରାଉତ ଓ ନଗର ସଂଘ ଚାଳକ ଶ୍ରୀ ଅରୁଣ କୁମାର ପତି ଏହି ଅବସରରେ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱୟଂ ସେବକମାନେ ଦଣ୍ଡ, ନିୟୁଦ୍ଧ, ଘୋଷ, ପଦ ବିନ୍ୟାସ, ଯୋଗାସନ ଓ ଗଣ ସମତା ପ୍ରର୍ଦଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ନଗର କାର୍ଯ୍ୟବାହ ଶ୍ରୀ କୁଳମଣି ପ୍ରଧାନ, ଶ୍ରୀ ଚିତ୍ତ ରଂଜନ ମହାନ୍ତି ଓ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ

ଚୀନର ଆଣବିକ ଯୁଦ୍ଧ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ଚୀନ୍ର ଆଣବିକ ଯୁଦ୍ଧ ଷଡ଼ଯନ୍ତ୍ର । ବଡ଼ ୱାର୍ ପାଇଁ ପ୍ରସ୍ତୁତ ଡ୍ରାଗନ୍ । ତାଇୱାନ କବଜା ଲକ୍ଷ୍ୟରେ ବେଜିଂ । ବିକଶିତ କରୁଛି ପରମାଣୁ ଅସ୍ତ୍ର । ଏଲଏସିରେ ମିସାଇଲ୍ ଟେକ୍ନୋଲୋଜି ମୁତୟନ । ଚାଲାକ୍ ଚୀନ୍ ଶତ୍ରୁକୁ ମାô ଦେବାକୁ ଗୁପ୍ତ ଷଡ଼ଯନ୍ତ୍ର ରଚୁଛି । ତାଇୱାନକୁ କବଜା କରିବା ଲକ୍ଷ୍ୟ ରଖି ବିକଶିତ କରୁଛି ବହୁ ଆଣବିକ ଅସ୍ତ୍ର । ୫ଶହରୁ ଅଧିକ ପରମାଣୁ ବୋମା ପ୍ରସ୍ତୁତ କରିଛି ଚୀନ୍ ।
ସୀମାନ୍ତରେ ସୁରକ୍ଷାବାହିନୀଙ୍କ ଗୁଳିରେ ୨ ନକ୍ସଲ ନିହତ
ମାଲକାନଗିରି: ସୀମାନ୍ତରେ ସୁରକ୍ଷାବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଯବାନଙ୍କ ଗୁଳିରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ହୋଇଥିବା ଗୁଳିବିନିମୟରେ ୨ ଜଣ ମାଓବାଦୀ ନିପାତ ହୋଇଛନ୍ତି । ଘଟଣାସ୍ଥଳରୁ ଯବାନମାନେ ବନ୍ଧୁକ ସହ ବହୁ ପରିମାଣରେ ମାଓ ସାମଗ୍ରୀ ଜବତ କରିଛନ୍ତି । ସୂଚନା ଅନୁଯାୟୀ, କାଙ୍କେର ଜିଲ୍ଲା କୋୟେଲିବେଡା ଥାନା ଅନ୍ତର୍ଗତ ଚିଲପରସ ଓ ଗୋମେ ମଧ୍ୟରେ ଥିବା ଜଙ୍ଗଲରେ ଶୁକ୍ରବାର ରାତିରେ କିଛି ମାଓବାଦୀ ରହିଥିବା ନେଇ ସ୍ଥାନୀୟ ପୁଲିସକୁ ସୂଚନା ମିଳିଥିଲା । ଏହା ପରେ ବିଏସଏଫ୍ ଓ ଡିଆରଜି ଯବାନମାନେ ମିଳିତ ଭାବରେ ସର୍ଚ୍ଚ ଅପରେସନରେ ବାହାରିଥିଲେ ।
https://vskodisha.com/odia-news-958/
ଏକଲ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ
ଚମ୍ପୁଆ : ଚମ୍ପୁଆ ବ୍ଲକ ରଜିଆ ଗ୍ରାମ ପଂଚାୟତ ଅନ୍ତର୍ଗତ ଶଶାଙ୍ଗ ଗ୍ରାମ ଠାରେ ଏକଲ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି । ଏହି ସଂଚ ସ୍ତରୀୟ ଖେଳ କୁଦ କାର୍ଯ୍ୟକ୍ରମ ଏକଲ ଅଭିଯାନ ଦ୍ୱାରା ଅନୁଷ୍ଠିତ ହୋଇଯାଇଥିବା ବେଳେ ଏଥିରେ ୩୦ ଟି ଏକଲ ବିଦ୍ୟାଳୟର ୧୫୦ ଜଣ ଛାତ୍ର ଛାତ୍ରୀ ସାମିଲ ହୋଇଥିଲେ । ଏଥିରେ ୬ ରୁ ୧୪ ବର୍ଷର ଛାତ୍ର ଛାତ୍ରୀଙ୍କୁ ନେଇ ବାଲ ବର୍ଗ ଓ କିଶୋର ବର୍ଗ ଭାବେ ବିଭକ୍ତ କରି ୧୦୦ମି., ୨୦୦ମି., ୪୦୦ମି., ଦୌଡ ପ୍ରତିଯୋଗିତା, ଲମ୍ବ ଡିଆଁ, ଉଚ୍ଚ ଡିଆଁ ଓ କବାଡି ଆଦି ଖେଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ସହିତ ଆଚାର୍ଯ୍ୟା ମାନଙ୍କର ଯୋଗ ଶିକ୍ଷା କାର୍ଯ୍ୟକ୍ରମ ମଧ୍ୟ ଅନ୍ତର୍ଭୁକ୍ତ ଥିଲା । ଏହି କାର୍ଯ୍ୟକ୍ରମକୁ ସଂଚ ପ୍ରମୁଖ ସାରଙ୍ଗଧର ମହାନ୍ତ, ୩୦ ଟି ବିଦ୍ୟାଳୟର ଆଚାର୍ଯ୍ୟା, ଅଂଚଳ ପ୍ରାଥମିକ ଶିକ୍ଷା ପ୍ରମୁଖ ଗିତାଳି ମହାନ୍ତ, ଅଂଚଳ ଗ୍ରାମ ଶ୍ୱରାଜ ପ୍ରମୁଖ ହେମଲତା ମହାନ୍ତ ପରିଚାଳନା କରିଥିଲେ । ସଂଚ ସଭାପତି ସନ୍ତୋଷ କୁମାର ସାହୁ ସଭାପତିତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ, କବି କଳାକାର ମହାନ୍ତ ଯୋଗ ଦେଇଥିଲେ ।ଗୋଶାଳାରୁ ଚୋରି ଅଭିଯୋଗରେ ୭ ଜଣ ଗିରଫ ; ୫ ଗୋରୁ ଓ ପିକ ଅପ୍ ଭ୍ୟାନ ଜବତ
କଟକ : ଜଗତପୁର ଥାନା ଅଂଚଳରେ ଥିବା ଏକ ଗୋଶାଳାରୁ ଗୋରୁ ଚୋରି କରିବା ଅଭିଯୋଗରେ ପୋଲିସ ୭ ଜଣଙ୍କୁ ଗିରଫ କରିଥିବା ବେଳେ ୫ ଗୋରୁ ଉଦ୍ଧାର କରିବା ସହିତ ଏକ ପିକ ଅପ୍ ଭ୍ୟାନ(ଓଡି୦୫ବିଏଚ୭୭୮୩) ଓ ୨ଟି ଧାରୁଆ ଅସ୍ତ୍ର ଜବତ କରିଛି । ଏହି ଅପରାଧରେ ସାମିଲ ଅଭିଯୋଗରେ ପୋଲିସ ୭ ଜଣ ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । 
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବଲାଙ୍ଗିର ରେ ପ୍ରତିଷ୍ଠା ଦିବସ
https://vskodisha.com/odia-news-957/

Comments