
ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ ମୋହନ ଯାଦବ, ତୋମାରଙ୍କୁ ବାଚସ୍ପତି ଚୌକ
ଭୋପାଳ: ମଧ୍ୟପ୍ରଦେଶରେ କିଏ ହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ ଜାରିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ବିଜେପି ବିଧାୟକ ମୋହନ ଯାଦବ ହେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ସୋମବାର ବିଧାୟକ ଦଳ ବୈଠକରେ ଦକ୍ଷିଣ ଉଜୈନରୁ ବିଧାୟକ ମୋହନ ଯାଦବଙ୍କ ନାଁ ଘୋଷଣା କରାଯାଇଛି । ସେହିପରି ଜଗଦୀଶ ଦେୱଡ଼ା ଓ ରାଜେନ୍ଦ୍ର ଶୁକ୍ଲା ଉପମୁଖ୍ୟମନ୍ତ୍ରୀ ହେବେ । ନିକଟରେ କେନ୍ଦ୍ର କୃଷି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ନରେନ୍ଦ୍ର ସିଂ ତୋମାରଙ୍କୁ ବାଚସ୍ପତି କରାଯାଇଛି । ସୂଚନା ଅନୁସାରେ ଶିବରାଜ ସିଂ ଚୌହାନ ମୁଖ୍ୟମନ୍ତ୍ରୀ ନାଁ ପଦ ପାଇଁ ମୋହନ ଯାଦବଙ୍କ ନାଁର ପ୍ରସ୍ତାବ ବିଧାୟକ ଦଳ ବୈଠକରେ ରଖିଥିଲେ । ୫୮ ବର୍ଷୀୟ ମୋହନ ଯାଦବ ତୃତୀୟ ଥର ପାଇଁ ବିଧାୟକ ହୋଇଛନ୍ତି । ସେ ୨୦୧୮ରେ ଶିବରାଜ ସିଂ ସରକାରରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ହୋଇଥିଲେ । ଦକ୍ଷିଣ ଉଜୈନରୁ ବିଜେପି ବିଧାୟକ ମୋହନ ଯାଦବଙ୍କୁ ସଂଘର ଅତି ନିକଟତର କୁହାଯାଏ । ସେ ସଂଘର ଅନେକ ପଦରେ ଦୀର୍ଘ ବର୍ଷ ଧରି କାମ କରିସାରିଛନ୍ତି । ଏହାସହ ସେ ବିଦ୍ୟାର୍ଥୀ ପରିଷଦରେ ମଧ୍ୟ ସେ ନିଜ ସେବା ପ୍ରଦାନ କରିସାରିଛନ୍ତି । ଏହା ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ନାଁ ସ୍ଥିର କରିବା ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନେ ବିଜେପିର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଥିଲେ । ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ବିଜେପି ସାଂସଦ କେ.ଲକ୍ଷ୍ମଣ ଓ ପାର୍ଟିର ନେତା ଆଶା ଲକଡ଼ା ଭୋପାଳ ସ୍ଥିତ ରାଜ୍ୟ ମୁଖ୍ୟାଳୟରେ ବିଧାୟକଙ୍କ ସହ ବୈଠକ କରିଥିଲେ । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଉପରେ ମୋହର ବାଜିଛି । ଗତ ନଭେମ୍ବର ୧୭ରେ ହୋଇଥିବା ନିର୍ବାଚନରେ ମଧ୍ୟପ୍ରଦେଶରେ ୨୩୦ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୧୬୩ ଟି ଆସନ ଜିତି କ୍ଷମତା ବଜାୟ ରଖିଥିବା ବେଳେ କଂଗ୍ରେସ ୬୬ ଟି ଆସନ ସହ ଦ୍ୱିତୀୟ ସ୍ଥାନରେ ରହିଥିଲା ।
ଧାରା ୩୭୦’ ; ସୁପ୍ରିମକୋର୍ଟଙ୍କ ରାୟ ଐତିହାସିକ – ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ରାୟ ଐତିହାସିକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଧାରା ୩୭୦ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି, ଧାରା ୩୭୦କୁ ହଟାଇବା ପାଇଁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଐତିହାସିକ। ଯେଉଁଥିରେ ୫ ଅଗଷ୍ଟ ୨୦୧୯ରେ ଭାରତୀୟ ସଂସଦ ନେଇଥିବା ନିଷ୍ପତ୍ତିର ସାମ୍ବିଧାନିକତା ବଜାୟ ରହିଛି। ଏହା ଜାମ୍ମୁ କାଶ୍ମୀର, ଲଦାଖର ଆମର ଭାଇ ଓ ଭଉଣୀମାନଙ୍କର ଆଶା, ବିକାଶ ଏବଂ ଏକତାର ଏକ ପ୍ରତିଧ୍ୱନୀ। ଅଦାଲତ ଆମର ଏକତାର ମୂଳତତ୍ତ୍ୱକୁ ମଜଭୂତ କରିଛନ୍ତି।
ଜମ୍ମୁକାଶ୍ମୀର ଓ ଲଦାଖ ଭାଇଭଉଣୀଙ୍କ ସ୍ୱପ୍ନ ପୂରଣ ନିଷ୍ପତ୍ତିରେ ଆମେ ଅଟଳ । ଧାରା ୩୭୦ ଦ୍ୱାରା ପୀଡିତ ସମାଜର ସମ୍ବେଦନଶୀଳ ବର୍ଗ ଯାଏ ବିକାଶ ପହଞ୍ଚିବ। ଆଜିର ରାୟ କେବଳ ଏକ ଆଇନଗତ ବିଚାର ନୁହେଁ ଏହା ଆଶାର ଆଲୋକ। ଉଜ୍ଜ୍ୱଳ ଭବିଷ୍ୟତ ସହ ସୁଦୃଢ ଓ ସଂଗଠିତ ଭାରତ ନିର୍ମାଣ ପାଇଁ ବଦ୍ଧ ପରିକର ବୋଲି ଶ୍ରୀ ମୋଦୀ କହିଛନ୍ତି।
Comments
Post a Comment