ଡିସେମ୍ବର ମାସ 12 ତାରିଖ 2023 ମସିହା,ମଙ୍ଗଳବାର

 

  • VISWA SAMBAD KENDRA,ODISHA
  •    News paper clipping 
  • Phone / Fax :(0674) 2953383,
  • Email: visakeobbsr@gmail.com,
  • Web:www.vskodisha.com
  • ଡିସେମ୍ବର  ମାସ 12 ତାରିଖ 2023 ମସିହା,ମଙ୍ଗଳବାର
  • ଭଜନଲାଲ ଶର୍ମା ରାଜସ୍ତାନର ନୂଆ ମୁଖ୍ୟମନ୍ତ୍ରୀ

  • ସଙ୍ଗନେର ବିଧାୟକ ଭଜନଲାଲ ଶର୍ମା ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

  • ଜୟପୁର : ଅନେକ ଗୋପନ ଆଲୋଚନା ପରେ ରାଜସ୍ଥାନ ରାଜନୀତିରେ ଜଣେ ନୂଆ ଚେହେରା ଏବେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ରାଜସ୍ଥାନରେ ଶେଷରେ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଗତ ଏକ ସପ୍ତାହରୁ ଅଧିକ ସମୟ ଧରି ଜାରି ରହିଥିବା ସସପେନ୍ସ ଶେଷ ହୋଇଛି । ଜୟପୁରରେ ମଙ୍ଗଳବାର ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ଭଜନ ଲାଲ ଶର୍ମାଙ୍କ ନାମକୁ ଅନୁମୋଦନ ମିଳିଛି । ରାଜସ୍ଥାନରେ ନିର୍ବାଚନ ଫଳାଫଳ ଆସିବା ପରେ ୯ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ ହୋଇଛି । ଏହା ସହିତ ରାଜସ୍ଥାନରେ ୨ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ । ସେମାନେ ହେଲେ ଦିୟା କୁମାରୀ ଓ ପ୍ରେମଚନ୍ଦ ବୈରବା । ବାସୁଦେବ ଜଗନାନୀ ବାଚସ୍ପତି ହେବେ । ଏ ସଂପର୍କରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ତଥା ରାଜସ୍ଥାନ ପାଇଁ ଦଳର ପର୍ଯ୍ୟବେକ୍ଷକ ରାଜନାଥ ସିଂ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ । ଭଜନଲାଲ ଶର୍ମା ପ୍ରଥମ ଥର ପାଇଁ ବିଧାୟକ ହେବା ପରେ ବର୍ତ୍ତମାନ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବେ । ବିଧାୟକ ଦଳ ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଭଜନଲାଲ ଶର୍ମାଙ୍କ ନାମକୁ ପ୍ରସ୍ତାବ ରଖିଥିଲେ ଓ ତାହାକୁ ଅନ୍ୟ ବିଧାୟକମାନେ ସମର୍ଥନ କରିଥିଲେ । ବ୍ରାହ୍ମଣ ସଂପ୍ରଦାୟରୁ ପ୍ରତିନିଧିତ୍ୱ କରନ୍ତି ଭଜନଲାଲ । ପ୍ରଥମ ଥର ପାଇଁ ସେ ବିଧାୟକ ନିର୍ବାଚିତ ହୋଇଥିଲେ ବି ପୂର୍ବରୁ ଅନେକ ବର୍ଷ ଧରି ସେ ବିଜେପିର ସାଂଗଠନିକ ଦାୟିତ୍ୱରେ ରହିଥିଲେ । ଭଜନ ଲାଲ ଶର୍ମା ଭରତପୁରର ବାସିନ୍ଦା । ଶର୍ମା ଚଳିତ ଥର ସଙ୍ଗନେରରୁ ବିପୁଳ ବ୍ୟବଧାନରେ ବିଜୟୀ ହୋଇଥିଲେ ଓ କଂଗ୍ରେସପ୍ରାର୍ଥୀ ପୁଷ୍ପେନ୍ଦ୍ର ଭରଦ୍ୱାଜଙ୍କୁ ୪୮,୦୮୧ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ଭଜନ ଲାଲ ଶର୍ମାଉଭୟ ସଂଘ ଓ ସଂଗଠନର ଘନିଷ୍ଠ ବୋଲି ବିବେଚନା କରାଯାଏ । ରାଜସ୍ଥାନରେ ୫ ବର୍ଷର ବ୍ୟବଧାନ ପରେ ପୁଣି ସତ୍ତାକୁ ଫେରିଛି ବିଜେପି । ବିଧାନସଭା ନିର୍ବାଚନରେ ୧୧୬ ସିଟରେ ବିଜୟ ହାସଲ କରି ପୂର୍ଣ୍ଣ ବହୁମତରେ ସରକାର ଗଢ଼ିବା ପାଇଁ ଯାଉଛି ବିଜେପି । ରାଜସ୍ଥାନ ନିର୍ବାଚନରେ ବିଜେପି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢ଼ିଥିଲା । ୨୦୦୩ ରୁ ରାଜସ୍ଥାନରେ ବସୁନ୍ଧରା ରାଜେ ହିଁ ବିଜେପିର ଚେହେରା ରହିଆସିଛନ୍ତି । ତେବେ ବସୁନ୍ଧରା ରାଜେଙ୍କ ଉପରେ କେନ୍ଦ୍ରୀୟ ନେତୃତ୍ୱ ଏତେଟା ସନ୍ତୁଷ୍ଟ ନଥିବା କୁହାଯାଉଥିଲା । ତେଣୁ ଏଥର ଦଳ ରାଜ୍ୟରେ ନୂଆ ମୁହଁ ଆଣିବ ବୋଲି ଚର୍ଚ୍ଚା ହେଉଥିଲା । ୫୬ ବର୍ଷୀୟ ଭଜନଲାଲ ରାଜସ୍ଥାନର ସାଙ୍ଗନେର ବିଧାନସଭା ଆସନରୁ ନିର୍ବାଚନ ଜିତିଛନ୍ତି । ଶର୍ମାଙ୍କ ପାଖରେ ୪୩.୬୦ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ଏବଂ ଦେଢ଼ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି । ସେ ସ୍ନାତକୋତ୍ତର ଡିଗ୍ରୀ ପର୍ଯ୍ୟନ୍ତ ଅଧ୍ୟୟନ କରିଛନ୍ତି । ପ୍ରାରମ୍ଭିକ ଅଧ୍ୟୟନ ପରେ ସେ ଜୟପୁରସ୍ଥିତ ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ସେ ଶ୍ରୀକୃଷ୍ଣ କହ୍ନେୟା ଆଣ୍ଡ କମ୍ପାନୀର ମାଲିକ ଅଟନ୍ତି । ଭଜନଲାଲ ଶର୍ମାଙ୍କ ଜୟପୁରର ଜବାହର ସର୍କଲରେ ରହୁଥିଲେ ବି ସେ ମୂଳତଃ ଭରତପୁରର ବାସିନ୍ଦା । ସେ ଦୀର୍ଘ ଦିନ ଧରି ବିଜେପିର ସଂଗଠନରେ କାର୍ଯ୍ୟ କରୁଛନ୍ତି । ସେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି । ଜୟପୁରର ସାଙ୍ଗାନେର ଭଳି ସୁରକ୍ଷିତ ଆସନରୁ ବିଜେପି ତାଙ୍କୁ ପ୍ରଥମ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲା । ପୂର୍ବ ବିଧାୟକଙ୍କ ଟିକେଟ କାଟି ଭଜନଲାଲ ଶର୍ମାଙ୍କୁ ପ୍ରାର୍ଥୀ କରାଯାଇଥିଲା ।
  • ଜୟପୁର:ସାଙ୍ଗନୌର ବିଧାୟକ ଭଜନଲାଲ ଶର୍ମା ହେବେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ। ପ୍ରଥମଥର ସାଙ୍ଗନୌର ଆସନରୁ ବିଜୟୀ ହୋଇଥିବା ଭଜନଲାଲ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଜେପି ମୋହର ମାରିଛି। ଜୟପୁରରେ ମଙ୍ଗଳବାର ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ଭଜନ ଲାଲ ଶର୍ମାଙ୍କ ନାମକୁ ଅନୁମୋଦନ ମିଳିଛି।
  • ସେହିପରି ଛତିଶଗଡ଼ ଓ ମଧ୍ୟ ପ୍ରଦେଶ ଭଳି ରାଜସ୍ଥାନରେ ମଧ୍ୟ ଦିୟା କୁମାରୀ ଓ ପ୍ରେମଚାନ୍ଦ ବୈରୱାଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରାଯାଇଛି। ଅପରରପକ୍ଷରେ ବିଧାୟକ ବାସୁଦେବ ଦେବନାନୀ ବାଚସ୍ପତି ହେବେ ବୋଲି ବିଜେପି ନିଷ୍ପତ୍ତି ନେଇଛି।

    ସାଙ୍ଗାନେର ବିଧାନସଭା ଆସନରୁ ବିଜୟୀ ହୋଇଥିବା ଭଜନଲାଲ ଶର୍ମା କଂଗ୍ରେସର ପୁଷ୍ପେନ୍ଦ୍ର ଭରଦ୍ୱାଜଙ୍କୁ ୪୮,୦୮୧ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ତାଙ୍କୁ ୧,୪୫,୧୬୨ ଖଣ୍ଡ ଭୋଟ୍ ମିଳିଥିଲା। ଭଜନଲାଲ ଶର୍ମା ଏବେ ରାଜସ୍ଥାନ ବିଜେପିର ସାଧାରଣ ସଂପାଦକ ଥିବାବେଳେ ସେ ବ୍ରାହ୍ମଣ ସଂପ୍ରଦାୟରୁ ପ୍ରତିନିଧିତ୍ୱ କରୁଛନ୍ତି। ଭଜନଲାଲ ୪ ଥର ରାଜ୍ୟ ବିଜେପିର ସାଧାରଣ ସଂପାଦକ ହୋଇଥିବାବେଳେ ଆରଏସ୍‌ଏସ୍‌ ଓ ଏବିଭିପି ସହିତ ମଧ୍ୟ ଜଡ଼ିତ ଥିଲେ।

  • राजस्थान के नए मुख्यमंत्री का ऐलान हो गया है। सांगानेर से विधायक भजनलाल शर्मा को विधायक दल का नेता चुना गया है। प्रदेश कार्यालय में हुई विधायक दल की बैठक में भाजपा हाईकमान द्वारा तय किए गए नाम का ऐलान किया गया और उस नाम पर सभी की सहमति बन गई। सूत्रों के मुताबिक नए मुख्यमंत्री के नाम का प्रस्ताव वसुंधरा राजे ने ही रखा। भजनलाल शर्मा संघ पृष्ठभूमि से आते हैं। वे मूलत: भरतपुर के रहने वाले हैं। वे प्रदेश महामंत्री के पद पर भी थे। विधायकों की ग्रुप फोटो में भजनलाल शर्मा चौथी लाइन में बैठे थे। 15 दिसंबर को नई सरकार का शपथ ग्रहण हो सकता है।

    इसके साथ ही दीया कुमारी और प्रेमचंद बैरवा उप मुख्यमंत्री

Comments